ମୁଖ୍ୟମନ୍ତ୍ରୀଙ୍କ ସୂଚନା ରାଜ୍ୟ ସରକାଙ୍କର ପ୍ରାଥମିକତା ଆଦିବାସୀଙ୍କ ବିକାଶ

CM says tribal welfare governments tops agenda

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାୟଗଡା ଓ ଗଜପତି ଜିଲ୍ଲା ଗସ୍ତରେ ଯାଇ, ଉଭୟ ଜିଲ୍ଲାରେ ନବନିର୍ମି ଅନେକ ପ୍ରକଳ୍ପ ଗୁଡିକର ଉଦ୍ଘାଟନ କରିଥିବା ବେଳେ ଅନେକ ଗୁଡିଏ ଜନ ମଙ୍ଗଳ ପ୍ରକଳ୍ପର ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାୟଗଡା ସହର, କାଶିପୁର ବ୍ଲକ, ଗୁମୁଡା, ଆଦି ବିଭିନ୍ନ ଅଞ୍ଚଳ ଗସ୍ତକରି ୨୦୦ କୋଟି ରୁ ଉର୍ଦ୍ଧ ଟଙ୍କାର ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଅବିଭକ୍ତ କେ ବି କେ ଅଞ୍ଚଳର ବିକାଶ ପାଇଁ ଏନ୍ ଡି ଏ ନେତୃତ୍ବରେ ଚାଲିଥିବା କେନ୍ଦ୍ର ସରକାର ଅନୁଦାନ ବନ୍ଦ କରିଦେଇଛନ୍ତି। କେବିକେର ବିକାଶ କରିବା ବିଜୁବାବୁଙ୍କର ଲକ୍ଷ୍ୟଥିବାରୁ ଏହାର ବିକାଶ ପାଇଁ ରାଜ୍ୟରେଥିବା ବିଜେଡି ସରକାର ଅର୍ଥ ଯୋଗାଇ ଚାଲିଛି ବେଲି ମୁଖ୍ୟମନ୍ତ୍ରୀ କହିଥିଲେ। କେବିକେ ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ମୁଖ୍ୟମନ୍ତୀ ସ୍ପଷ୍ଟ କରିଦେଇଥିଲେ।

Other News