Published : ଓଡ଼ିଶା ସନ୍ ଟାଇମ୍ସ
/28-Feb-2019
ଗୋପାଳପୁର ବନ୍ଦରରେ ନବ ନିର୍ମିତ ଦ୍ବିତୀୟ ଓ ତୃତୀୟ ବର୍ଥକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ୨୦୦୦ କୋଟି ଟଙ୍କା ବିନିମୟରେ ନିର୍ମିତ ଏହି ଦୁଇଟି ବର୍ଥ ଫଳରେ ବନ୍ଦରର ମାଲ ପରିବହନ କ୍ଷମତା ବାର୍ଷିକ ୨୦ ନିୟୁତ ଟନକୁ ବୃଦ୍ଧି ପାଇଛି। ଏହାଫଳରେ ୮୦୦୦ ଯୁବକଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।