ଜୈବ କୃଷି କ୍ଷେତ୍ରରେ ୟୁଏନଇପିର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

CM proposes UNEPs encouragement for organic farming

 Published : ଓଡିଶା ସନ୍ ଟାଇମ୍ସ

/  

11-Aug-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିତ ଜାତିସଙ୍ଗ ପରିବେଶ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏରିକ୍ ସୋଲହେମ୍ ସଚିବାଳୟରେ ସାକ୍ଷାତ କରି ରାଜ୍ୟର ଜୈବ କୃଷି ଉପରେ ଆଲୋଚନା କରିଥିଲେ। ଆଲୋଚନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଓଡିଶାରେ ଜୈବ କୃଷି କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଛି। ରାଜ୍ୟ ସରକାର ଜୈବ କୃଷିକୁ ପୋଷଣୀୟ କରି ଆଗକୁ ବଢିବାକୁ ଚାହାନ୍ତି। ଜାତିସଙ୍ଗ ପରିବେଶ କାର୍ଯ୍ୟକ୍ରମ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଓଡିଶାରେ ଜୈବ କୃଷି ଆଗକୁ ନେବାପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।

Other News