Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ
/02-Sep-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ହସ୍ତତନ୍ତ ଓ ହସ୍ତଶିଳ୍ପ ଦ୍ରବ୍ୟ ଉପରୁ ଜିଏସଟି ଛାଡ ଉପରେ ରାଜ୍ୟର ଦାବକୁ ପୁଣି ଥରେ କେନ୍ଦ୍ର ନିକଟରେ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ରାଜ୍ୟରେ କୃଷି ପରେ ହସ୍ତତନ୍ତ ଓ ହସ୍ତଶିଳ୍ପରେ ବହୁ ପରିବାର ଜୀବନ ଓ ଜୀବିକା ପାଇଁ ନିର୍ଭର କରନ୍ତି। ସେହି ସବୁ ପରିବାରର ସଂଖ୍ୟା ୩.୫ ଲକ୍ଷରୁ ଅଧିକ ଅଟେ। । ରାଜ୍ୟର ସଂସ୍କୃତିକ ପରମ୍ପରା ସହିତ ହସ୍ତତନ୍ତ ଓ ହସ୍ତଶିଳ୍ପ ଜଡିତ ଏବଂ ଏହି ଉତ୍ପାଦନକୁ ସାଧାରଣ ବର୍ଗର ଲୋକେ ବହୁଳଭାବେ ବ୍ୟବହାର କରନ୍ତି। ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଜିଏସଟି ଲାଗୁ ହେବା ପୂର୍ବରୁ ଏହି ଦୁଇଟି ଉତ୍ପାଦନ ଭାଟ ମୁକ୍ତ ଥିଲା। ତେଣୁ ଏହି ଉତ୍ପାଦନ ଉପରୁ ଜିଏସଟି ଛାଡ କରାଯାଉ ବୋଲି ଦାବୀ କରିଛନ୍ତି।