ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ରାଜଧାନୀ ବାସୀଙ୍କ ପାଇଁ ବହୁ ଜନକଲ୍ୟାଣ ପ୍ରକଳ୍ପ ଗୁଡିକର ଉଦଘାଟନ ଓ ଶୁଭଦାନ

CM inaugurates many welfare projects for the benefits of people in Bhubaneswar

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଭୁବନେଶ୍ବର ମହାନଗର ନିଗମର ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ଅନେକ ଗୁଡିଏ ପ୍ରକଳ୍ପର ଉଦଘାଟନ ଓ ଶୁଭଦାନ କରିଛନ୍ତି। ନିର୍ମିତ ହୋଇସାରିଥିବା ଓ ଶୁଭଦାନ ଦିଆଯାଇଥିବା ପ୍ରକଳ୍ପ ଗୁଡିକର ମୋଟ ବ୍ୟୟଅଟକଳ ୨୧ କୋଟି ଟଙ୍କା ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜଧାନୀର ୟୁନିଟ-୬ ରେ ଏକ କଲ୍ୟାଣ ମଣ୍ଡପର ଉଦଘାଟନ କରିଥିବାବେଳେ, ଫାୟାରଷ୍ଟେସନ ଛକ ଠାରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ଏଲ ଇ ଡି ଷ୍ଟ୍ରିଟ୍ ଲାଇଟ୍, ଆଇଗିଣିଆଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ଡେ କେୟାର ସେଣ୍ଟର, ଅମୃତ ଯୋଜନାରେ ଡୁମଡୁମା ଠାରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ଏକ ପାର୍କ, ଭରତପୁରଠାରେ ୬ଟି କମ୍ୟୁନିଟ ସେଣ୍ଯର ଏବଂ ଗାଡକଣ ଠାରେ ଏକ ଅତ୍ୟାଧୁନିକ କଂସେଇ ଖାନାର ଉଦଘାଟନ କରିଥିଲେ।

Other News