Published : ୱେବ ଇଣ୍ଡିଆ
/21-Mar-2017
ମାଲକାନାଗିରିରେ ରାଜ୍ୟସରକାରଙ୍କ ପକ୍ଷରୁ ଏକ ଏୟାରଷ୍ଟ୍ରିପ ନିର୍ମାଣ କରାଯିବାର ଯୋଜନା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ,ରାଜ୍ୟରେ ଭୁବନେଶ୍ବର ଓ ଝାରସୁଗୁଡା ଠାରେ ଦୁଇଟି ବିମାନ ବନ୍ଦର ଥିଲାବେଳେ ୧୨ଟି ଏୟାରଷ୍ଟ୍ରିପର ରକ୍ଷଣା ବେକ୍ଷଣର ଦାୟିତ୍ବ ରାଜ୍ୟସରକାର ବହନ କରୁଛନ୍ତି।