ବେକାରି ସମସ୍ୟାର ପ୍ରତିବାଦରେ ବିଜେଡି ପକ୍ଷରୁ କେନ୍ଦ୍ରୀୟ ଉଦ୍ୟୋଗ ସମ୍ମୁଖରେ ଧାରଣା

BJD staged protest before PSUs over unemployment

 Published : ଓଡ଼ିଶା ସନ୍ ଟାଇମ୍ସ

/  

08-Nov-2018  

ରାଜ୍ୟରେ ବେକାରି ସମସ୍ୟା ପାଇଁ ବିଜେପି ନେତୃତ୍ବଧିନ ଏନ୍ ଡି ଏ ସରକାରଙ୍କୁ ଦାୟୀକରି ବିଜୁ ଜନତା ଦଳର ଯୁବ-ଛାତ୍ର ସଂଗଠନ ପକ୍ଷରୁ ଭୁବନେଶ୍ବର ଓ ପାରାଦୀପଠାରେ ଥିବା ରାଷ୍ଟ୍ରୀୟ ଉଦ୍ୟୋଗ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀ ମାନେ କେନ୍ଦ୍ର ସରକାରଙ୍କ ନିଯୁକ୍ତି ବିରୋଧି ମନୋଭାବର ପ୍ରତିବାଦରେ ବିଭିନ୍ନ ବ୍ୟାନର ଓ ପୋଷ୍ଟରଧରି ଭୁବନେଶ୍ବରସ୍ଥିତ ନାଲକୋ ଓ ଏମ୍ ସି ଏଲ କାର୍ଯ୍ୟାଳୟ ଏବଂ ପାରାଦୀପର ଆଇଓସିଏଲ କାରଖାନା ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Other News