Published : ଟାଇମସ୍ ଅଫ ଇଣ୍ଡିଆ
/16-Nov-2016
ଭୁବନେଶ୍ବର- ଜାକର୍ତ୍ତ କିମ୍ବା ବାଲି ମଧ୍ୟରେ ସିଧା ସଳଖ ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ର ଶ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି। ଏହି ବିମାନ ସେବା କାର୍ଯ୍ୟକାରୀ ହେଲେ ଓଡିଶା ଓ ଇଣ୍ଡୋନେସିଆ ମଧ୍ୟରେ ସମ୍ପର୍କ ଅଧିକ ସୁଦୃଢ ହେବ ଏବଂ ଅନେକ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଉନ୍ନତି ଆସିବ। ପର୍ଯ୍ୟଟନ, ନିର୍ମାଣ, ଖଣିଜ ପ୍ରକ୍ରୀୟା କରଣ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ସମେତ ଅର୍ଥନୀତି କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିବା ସମ୍ଭବ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ତିନିଦିନିଆ ଓଡିଶା-ଇଣ୍ଡୋନେସିଆ ଆଲୋଚନା ଚକ୍ରରେ ଯୋଗଦେଇ କହିଛନ୍ତି।