ମୁଖ୍ୟମନ୍ତ୍ରୀ, ପ୍ରତିଭା ସମ୍ପନ୍ନ କାରିଗର ପ୍ରଭଞ୍ଜନଙ୍କୁ ସମ୍ବର୍ଦ୍ଧିତ କଲେ

CM felicitates crafts genius Prabhanjan

 Published : ଓଡିଶା ସନ୍ ଟାଇମ୍ସ

/  

09-Aug-2017  

ଜାତୀୟ ସ୍ତରରେ କୃତି ଅର୍ଜ୍ଜନ କରିଥିବା ଓଡିଆ କାରିଗର ପ୍ରଭଞ୍ଜନ ପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ଜାତୀୟ କାରିଗର ପ୍ରତିଯୋଗିତାରେ ପ୍ରଭଞ୍ଜନ ଭାଗନେଇ ଶ୍ରେଷ୍ଠ କାରିଗର ଭାବେ ବିବେଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କୃତି ପ୍ରଭଞ୍ଜନର ସଫଳତାରେ ବେଶ୍ ଆନନ୍ଦିତ ହୋଇଥିବା ବେଳେ ସ୍କିଲ୍ଡ—ଇନ୍-ଓଡିଶାର ଆମ୍ବାସଡାରଭାବେ ତାଙ୍କୁ ଅଭିହିତ କରିଛନ୍ତି। ପ୍ରଭଞ୍ଜନଙ୍କ ସଫଳତା, ଦକ୍ଷତା ଓ କାରିଗରି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Other News