ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆରକୋଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (ଏ ଏସ ଆଇ) ଓ ରାଜ୍ୟ ପୂର୍ତ୍ତ ବିଭାଗକୁ କହିଛନ୍ତି ଯେ ଆସନ୍ତା ୪ ମାସ ମଧ୍ୟରେ ଶ୍ରୀ ଜଗନ୍ନାଥ ମନ୍ଦିରର ଜଗମୋହନ ମରାମତି କାର୍ଯ୍ୟ ଶେଷକର। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବୁଧବାର ଦିନ ପୁରୀ ଗସ୍ତରେ ଆସି ଶ୍ରୀ ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ସହିତ ଜଗମୋହନର ମରାମତି କାର୍ଯ୍ୟ ଦେଖିଥିଲେ।