ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲାର ଭଙ୍ଗାବାରିଠାରେ ଏକ ମେଡିକାଲକଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଅନେକ ଜନ କଲ୍ୟାଣକାରୀ ପ୍ରକଳ୍ପ ଗୁଡିକର ଉନ୍ମୋଚନ କରିଥିଲେ। ଜନ ସମୁଦାୟକୁ ଉଦ୍ ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ କଳାହାଣ୍ଡି ଜିଲ୍ଲା ସମେତ ଆଦିବାସୀ ବହୁଳ ଅଞ୍ଚଳ ଗୁଡିକର ବିକାଶ କରିବା ସରକାରଙ୍କର ମୂଳଲକ୍ଷ୍ୟ।ରାଜ୍ୟର ପଛୁଆ ଅଞ୍ଚଳ ଗୁଡିକର ବିକାଶ କରି ସେହିସବୁ ଅଞ୍ଚଳକୁ ବିକଶିତ ଅଞ୍ଚଳ ସହିତ ସମକକ୍ଷ୍ୟ କରିବାକୁ ରାଜ୍ୟ ସରକାର ଚାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।