ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବୀ କରି ବିଜୁ ଜନତା ଦଳ ପକ୍ଷରୁ ଆନ୍ଦୋଳନକୁ ବ୍ୟାପକ କରାଯାଇଛି। ରାଜ୍ୟର ସମସ୍ତ ବ୍ଲକ ଅଫିସ ସମ୍ମୁଖରେ ସୋମବାରଠାରୁ ଦୁଇ ଘଣ୍ଟିଆ ଆନ୍ଦୋଳନ ଆରମ୍ଭ କରାଯାଇଛି ଏବଂ ଏହି ଆନ୍ଦୋଳନ ଜୁଲାଇ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଦ୍ବାରା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୭୦ ଟଙ୍କାରୁ ୧୫୫୦କୁ ବୃଦ୍ଧି ଚାଷୀମାନଙ୍କ ପାଇଁ ଗ୍ରହଣୀୟ ନୁହେଁ।