ରାଜ୍ୟ ସରକାର ପୁଣି ୬୨୨ ଡ଼ାକ୍ତରଙ୍କୁ ନିଯୁକ୍ତି ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୯୩୮ ଡ଼ାକ୍ତରଙ୍କୁ ନିଯୁକ୍ତିକୁ ମଞ୍ଜୁର କରିବାର ଦିନକ ପରେ ପୁଣି ୬୨୨ ଡ଼ାକ୍ତରଙ୍କ ନିଯୁକ୍ତିକୁ ରାଜ୍ୟସରକାର ମଞ୍ଜୁର କରିଛନ୍ତି। ଏହା ଫଲରେ ୧୫୬୦ ଡ଼ାକ୍ତରଙ୍କୁ ବିଭିନ୍ନ ସରକାରୀ ଡ଼ାକ୍ତର ଖାନାରେ ନିଯୁକ୍ତି ମିଳିବ।