କେନ୍ଦୁପତ୍ର ତୋଳାଳିଙ୍କୁ ୨୦୧୬ ବର୍ଷ ପାଇଁ ଶତ ପ୍ରତିଶତ ବୋନସ ପ୍ରଦାନ କରାଯିବ। ରାଜ୍ୟସରକାରଙ୍କର ଏହି ନିଷ୍ପତ୍ତି ଫଳରେ ରାଜ୍ୟର ୮.୫ ଲକ୍ଷ କେନ୍ଦୁପତ୍ର ତୋଳାଳି ଉପକୃତ ହେବେ। ରାଜ୍ୟ ସରକାରଙ୍କୁ ଏଥିପାଇଁ ରାଜକୋଷରୁ ବାର୍ଷିକ ୧୩୦ କୋଟି ଟଙ୍କା ବ୍ୟୟକରିବାକୁ ପଡିବ। ସେହିପରି ସାମୟିକ ଶ୍ରମିକଙ୍କ ପାଇଁ ପ୍ରୋତ୍ସାହନ ଭତ୍ତା ୧୦ରୁ ୨୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହା ଫଳରେ ୪୦ ହଜାର ଶ୍ରମିକ ଉପକୃତ ହେବେ ଏବଂ ରାଜ୍ୟ ରାଜକୋଷରୁ ଏଥିପାଇଁ ବାର୍ଷିକ ୨୦ କୋଟି ଟଙ୍କା ଖର୍ଚ୍ଚହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୌଦ ଓ ସୋନପୁର ଜିଲ୍ଲା ଗସ୍ତ ସମୟରେ ଘୋଷଣା କରିଛନ୍ତି।