ବହୁ ପ୍ରତିକ୍ଷିତ ବାଲିମେଳା ଜଳଭଣ୍ଡାର ଉପରେ ଏବଂ ନକ୍ସଲ ଉପଦୃତ ଅଞ୍ଚଳରେ ଗୁରୁପ୍ରିୟା ସେତୁକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବା ପରେ ମାଲକାନଗିରି ଜିଲ୍ଲାର ଦୀର୍ଘ ପାଞ୍ଚ ଦଶନ୍ଧି ଧରି ବିଛିନ୍ନାଞ୍ଚଳଭାବେ ଥିବା ୧୫୦ ରୁ ଉର୍ଦ୍ଧ୍ବ ଗାଁ ସିଧାସଳଖ ରାଜ୍ୟର ଅନ୍ୟ ଅଞ୍ଚଳ ଗୁଡିକ ସହିତ ଯୋଡି ହେଲା।