କେନ୍ଦୁଝର ଟିକରଗୁମୁରା ଗ୍ରାମର ୨୫ ବର୍ଷିୟା ଚନ୍ଦ୍ରାଣୀ ମୁର୍ମୁ ରାଜଧାନୀର ଏକ ଇଂଜିନିୟରିଂ କଲେଜରୁ ବିଟେକ୍ କରି ଜାକିରି ଅନ୍ବେଷରେ ଥିବା ବେଳେ ସୌଭାଗ୍ୟ କ୍ରମେ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାର ତାଙ୍କୁ ସୁଯୋଗ ମିଳିଥିଲା। ସେ କେନ୍ଦୁଝର ଲୋକସଭା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇ ଲୋକସଭାରେ ସର୍ବ କନିଷ୍ଠ ସଦସ୍ୟ ହେବାର ସୌଭାଗ୍ୟ ଲାଭ କରିଛନ୍ତି।