ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସାଧାରଣ ସେବାର ସବୁ କ୍ଷେତ୍ରରୁ ଦୁର୍ନୀତି ବିଲୋପ ପାଇଁ ତାଙ୍କ ସରକାରଙ୍କ ଉଦ୍ୟମ ଅବ୍ୟାହତ ରହିଛି। ବିଧାନସଭାରେ ଏସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଦୁର୍ନିୀତି ନିବାରଣ ବିଭାଗ ପକ୍ଷରୁ ୬୫୦ ଟି ମାମଲାରେ ୧୦୪୫ ଜଣଙ୍କ ନାମରେ ଅପରାଧିକ ମାମଲା ରୁଜୁ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୭୫ ଜଣ ପ୍ରଥମ ଶ୍ରେଣୀର ,୧୧୬ ଦ୍ବିତୀୟ ଶ୍ରେଣୀର ଅଧିକାରୀ ଥିବା ବେଳେ, ୫୧୮ ଜଣ ତୃତୀୟ ଶ୍ରେଣୀର କର୍ମଚାରୀ ରହିଛନ୍ତି। ଏହି ସବୁ ମାମଲା ୨୦୧୬ ଠାରୁ ୧୫ ମାର୍ଚ୍ଚ ୨୦୧୭ ମଧ୍ୟରେ ରୁଜୁ କରାଯାଇଥିଲା। ଏହି ସବୁ ମାମଲାରେ ୪୨ ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କ ସମେତ ୩୬୭ ଜଣ ଗିରଫ ହେଇ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ସୂଚନା ଦେଇଥିଲେ।