ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କଳା ଓ କଳାକାରଙ୍କ ଉପରେ ପର୍ଯ୍ୟବେଶିତ, ଏକାଦଶ ଆନ୍ତର୍ଜାତିକ ଚଳଚିତ୍ର ଉତ୍ସବକୁ ଉଦ ଘାଟନକରି କହିଛନ୍ତି ଯେ ଏହିଭଳି ଚଳଚିତ୍ର ଉତ୍ସବ, ରାଜ୍ୟର କଳା ଓ କଳାକାରଙ୍କର ଅଭିନୟ ଧାରାକୁ ଭବିଷ୍ୟତ ବଂଶଧର ମାନଙ୍କ ପାଇଁ ସଂରକ୍ଷିତ କରି ରଖିପାରିବ। ରାଜଧାନସ୍ଥିତ ଇଡିକଲ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ଉଦ୍ ଘାଟନ ଉତ୍ସବରେ, ଦାଦା ସାହେବ ଫାଲଖେ ପୁରସ୍କାରରେ ସମ୍ମାନୀତ ଚଳଚିତ୍ର ନିର୍ମାତା, ଅଦୂର ଗୋପାଳକ୍ରିର୍ଷ୍ଣନଙ୍କୁ ଦେଖିବାକୁ ମିଳିଥିଲା। ଜେଡି ସେଣ୍ଟର ଅଫ ଆର୍ଟ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବରେ ୩ ଦିନିଧରି ଚାଲିବ ଓ ଏଥିରେ ୪୦ ଟି ଚଳଚିତ୍ର ପ୍ରଦର୍ଶିତ ହେବ।