ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୧୪ ମସିହାରେ ଦିଆଯାଇଥିବା ନିର୍ବାଚନ ପ୍ରତିଶ୍ରୁତିର କାର୍ଯ୍ୟକାରୀତାର ସମୀକ୍ଷା ମନ୍ତ୍ରୀ ମଣ୍ଡଳ ବୈଠକରେ ସମୀକ୍ଷା କରିଛନ୍ତି। ଆସନ୍ତା ନିର୍ବାଚନ ପୂର୍ବରୁ ସମ୍ଭବତଃ ଏହି ବୈଠକ ଚତୃର୍ଥ ପାଳିର ଥିଲା ଶେଷ କ୍ୟବିନେଟ ବୈଠକ। ଜନସାଧାରଣଙ୍କୁ ଦିଆ ଯାଇଥିବା ସମସ୍ତ ପ୍ରତିଶ୍ରୁତି ପ୍ରାୟ ପୁରଣ ଇଛି ବୋଲି ବୈଠକପରେ ସୂଚନା ଦିଆଯାଇଛି। ବୈଠକରେ ନୂତନ ଭାବେ ପ୍ରଚଳନ କରାଯାଇଥିବା କାଳିଆ ଯୋଜନା ଉପରେ ଗୁରୁତ୍ବ ଦେଇଥିଲେ। ବିଗତ ୬୦ ଦିନରେ ଏହି ଯୋଜନାରେ ୩୨ ଲକ୍ଷ କ୍ଷୁଦ୍ର, ନାମମାତ୍ର ଚାଷୀ,ଭୂମିହୀନ କୃଷକ ଓ କୃଷି ଶ୍ରମିକଙ୍କୁ ପରିବାରକୁ ୧୬୦୦ କୋଟି ଟଙ୍କାର ସହାୟତା ଡିବିଟି ଜରିଆରେ ପ୍ରଦାନ କରାଯାଇଛି ।