ରାଜ୍ୟର ପ୍ରତ୍ୟେକ ଗ୍ରମାଞ୍ଚଳରେ ୨୦୧୭-୧୮ ସୁଦ୍ଧା ଉପଲବ୍ଧ ହେବ ପାନୀୟ ଜଳ, କଂକ୍ରିଟ ରାସ୍ତା ଏବଂ ବିଦ୍ୟୁତ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଜପତି ଓ ଗଞାମ ଜିଲ୍ଲାକୁ ତୋଫାନୀ ଗସ୍ତରେ ଯାଇ ବେଲଗୁଣ୍ଠା ଠାରେ ଏକ ଜନସମାବେଶକୁ ସମ୍ବୋଧିତ କରି କହିଥିଲେ ଯେ, ବିଜେଡିକୁ ବିପୁଳ ଜନସମର୍ଥନ ମିଳିବା ଫଳରେ ଓଡିଶା ଏକ ବିକଶିତ ରାଜ୍ୟରେ ପରିଣତ ହୋଇ ପାରିଛି। ଲୋକଙ୍କ ବିକାଶ ପାଇଁ ରାଜ୍ୟ ସରକାର ଅନେକ ଜନହୀତକାରି ଯୋଜନା ପ୍ରଚଳନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।