ପବିତ୍ର କାର୍ତ୍ତିକ ବ୍ରତ ପାଳନ କରିବାକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପୁରୀକୁ ଆସୁଥିବା ମହିଳା ମାନଙ୍କୁ ମାଗଣାରେ ରହିବା ଓ ମହାପ୍ରସାଦ ସେବା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା କାର୍ତ୍ତିକ ହବିଷ୍ୟାଳି ବ୍ରତ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ।ସଚିବାଳୟଠାରେ ଭିଡିଓକନଫରେସିଂ ମାଧ୍ୟମରେ ଏହି ଯୋଜନାର ଉଦଘାଟନକରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେଯେ ଆମେ ଓଡିଆ ମାନେ କାର୍ତ୍ତିକ ମାସକୁ ଏକ ଧାର୍ମିକ ମାସ ଭାବେ ପାଳନ କରିଥାଉ। ମା ମାନେ କାର୍ତ୍ତିକ ହବିଷ କରିବାପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶ୍ରୀ ଜଗନ୍ନାଥ ଧାମ ପୁରୀକୁ ଆସିଥାଆନ୍ତି। ଏହି ମାସରେ ପୁରୀକୁ ଅଧିକ ସଂଖ୍ୟାରେ ତୀର୍ଥ ଯାତ୍ରୀ ଆସୁଥିବାରୁ ହବିଷ କରିବାପାଇଁ ଆସୁଥିବା ଧର୍ମପ୍ରାଣା ମହିଳା ମାନଙ୍କୁ ସୁବିଧାରେ ରହିବାପାଇଁ ସ୍ଥାନ ଓ ମହାପ୍ରସାଦ ମିଳିବା କଷ୍ଟକର ହେଇପଡେ। ତେଣୁ ହବିଷ୍ୟାଳି ମାନଙ୍କ ସୁବିଧା ପାଇଁ କାର୍ତ୍ତିକ ହବିଷ୍ୟାଳୀ ବ୍ରତ ଯୋଜନା ରାଜ୍ୟ ସରକାର ଆରମ୍ଭ କରିଛନ୍ତି ବୋଲି କହିଥିଲେ।