ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଟକର ସିଡିଏ ସେକ୍ଟର-୧ରେ ନବନିର୍ମିତ ଏକ ଅଥ୍ୟାଧୁନିକ ସିୱେଜ ପ୍ଲାଣ୍ଟକୁ ଉଦଘାଟନ କରିଛନ୍ତି। କଟକ ସହରରୁ ଦୈନିକ ନିର୍ଗତ ୩.୬ କୋଟି ଲିଟର ଅପରିସ୍କୃତ ଜଳକୁ ଏହି ପ୍ଲାଣ୍ଟ ବିଶୋଧନ କରିବାର କ୍ଷମତା ରହିଛି। ଏହାର ନିର୍ମାଣରେ ୧୧୦ କୋଟି ଟଙ୍କା ବିନିଯୋଗ କରାଯାଇଛି।