ଏନ୍ ଡି ଏର ରାଷ୍ଟ୍ରପତି ପ୍ରାର୍ଥି ଶ୍ରୀ ରାମ ନାଥ କୋବିନ୍ଦଙ୍କ ଓଡିଶା ଗସ୍ତ ସମୟରେ ବିଜୁ ଜନତା ଦଳ ତାଙ୍କୁ ପୂର୍ଣ୍ଣ ସମର୍ଥନ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତିଶୃତି ଦେଇଛନ୍ତି। କ୍ରସ ଭୋଟିଂ ସମ୍ପର୍କରେ ସାମ୍ବାଦିକ ମାନେ ପ୍ରଶ୍ନ କରିବାରୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେଡିରେ କ୍ରସଭୋଟିଂ ହେବାର ପ୍ରଶ୍ନ ଉଠୁନାହିଁ। ମୋ ପାର୍ଟି, ରାଷ୍ଟ୍ରପତି ପ୍ରାର୍ଥିଭାବେ ଶ୍ରୀ କୋବିନ୍ଦଙ୍କୁ ସମର୍ଥନ କରୁଛି। ଏନ୍ ଡି ଏ ର ରାଷ୍ଟ୍ରପତି ପ୍ରାର୍ଥି ପ୍ରତିଶ୍ରୃତି ଦେଇଛନ୍ତି ଯେ ଅତୀତ ଭଳି ଓଡିଶାକୁ ଅବହେଳା କରିବାକୁ ଦିଆଯିବନାହିଁ।