ଅସୁବିଧାରେ ପଡିଥିବା ମହିଳା ମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୪ ଘଣ୍ଟିଆ ହେଲ୍ପ ଲାଇନ୍ ୧୮୧ ର ଶୁଭାରମ୍ଭ କରିଛନ୍ତି। ଏହି ଟୋଲଫି ହେଲ୍ପ ଲାଇନ୍ ମାଧ୍ୟମରେ ବିପଦରେ ପଡିଥିବା ମହିଳା ମାନେ ପୋଲିସ ନିକଟରେ ଅଭିଯୋଗ କରିପାରିବେ। ଏଥି ସହିତ ଡାକ୍ତରୀ ଚିକିତ୍ସା, ଆଇନଗତ ସହାୟତା,ପୀଡିତାଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ସହାୟତା ଓ ପରାମର୍ଶ ପ୍ରଦାନ କରାଯାଇପାରିବ।