ଓଡିଶାରେ ପର୍ଯ୍ୟଟନ, ଭିତ୍ତିଭୂମି ବିକାଶ, ସାମାଜିକ ଗୃହନିର୍ମାଣ ଭଳି ବିଭିନ୍ନ କ୍ଷେତ୍ରରେ ତୁର୍କୀ ପୁଞ୍ଜି ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି। ହାଇଦ୍ରାବାଦଠାରେ ଥିବା ତୁର୍କୀର ବାଣିଜ୍ୟଦୂତ ମିଷ୍ଟର ଆର୍ଦା ଉଲୁଟାସ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟଠାରେ ସାକ୍ଷାତକରି ପୁଞିବନିବେଶ ସମ୍ପର୍କରେ ଆଲୋଚନା କରିବା ସହିତ ତୁର୍କୀ ଓଡିଶାରେ ପୁଞ୍ଜି ନିବେଶ କରିବା ପାଇଁ ଆଗ୍ରହୀ ବୋଲି ସେ ପ୍ରକାଶ କରିଥିଲେ।