ଭୁବନେଶ୍ବର ରେଳ ଷ୍ଟେସନର ପ୍ରସ୍ତାବିତ ପୁନର୍ବିକାଶ ପାଇଁ କେଉଁ ସ୍ଥାନରେ ବୁଝାମଣା ପତ୍ର ସ୍ବାକ୍ଷରୀତ ହେବ ସେଥିନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି । ବୁଝାମଣା ପତ୍ର ଜାନୁଆରୀ ୨୦ତାରିଖରେ ସ୍ବାକ୍ଷରୀତ ହେବ ବୋଲି ଉଭୟେ ରାଜି ହୋଇଥିବା ବେଳେ ପ୍ରଶାସନିକ ଅସୁବିଧା ଦର୍ଶାଇ ଏହା ବାତିଲ କରାଯାଇଛି ବୋଲି କୁହାଯାଇଛି ।