ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାଣପୁରଠାରେ ନିର୍ବାଚନ ସଭାରେ ବିଜେପିକୁ ତୀବ୍ର ସମାଲୋଚନା କରିବା ସହିତ ଅଭିଯୋଗ କରି କହିଛନ୍ତି, ମରାଳମାଳିନୀ ’ ଚିଲିକା’ କୁ ବିକ୍ରି କରିବା ପାଇଁ କେନ୍ଦ୍ର ଚକ୍ରାନ୍ତ କରିଛି। ଏହା ଫଳରେ ଚିଲିକା ଉପରେ ନିର୍ଭରକରି ଚଳୁଥିବା ହଜାର ହଜାର ମତ୍ସଜିବୀ ପରିବାର ଜିବିକା ହରାଇବେ। ”ଚିଲିକା ହେଉଛି ଆମ ‘ମା’, ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଚିଲିକାକୁ ଏପରି ହେବାକୁ କିମ୍ବା ନଷ୍ଟ ହେବାକୁ ଦେବିନାହିଁ” ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।