ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଏସୀୟ କ୍ରୀଡାରେ ମହିଳା ହକିରେ ଭାରତୀୟ ଦଳରେ ଖେଳିଥିବା ଓଡ଼ିଶାର ୪ ଜଣ ଖେଳାଳୀଙ୍କୁ ଏକ କୋଟି ଟଙ୍କା କରି ପୁରସ୍କାର ଅର୍ଥ ପ୍ରଦାନ କରାଯିବ। ମହିଳା ହକିରେ ଦେଶ ପାଇଁ ରୌପ୍ୟ ପଦକ ଆଣିଥିବାରୁ ଓଡ଼ିଶାର ଲିଳିମା ମିଞ୍ଜ, ନମିତା ଟପ୍ପୋ, ଦିପା ଗ୍ରେସ ଓ ସୁନିତା ଲାକ୍ରାଙ୍କୁ ଏହି ପୁରସ୍କାର ରାଶି ପ୍ରଦାନ କରାଯିବ।