ବିଜୁ ଜନତା ଦଳ ନେତୃତ୍ବରେ ରାଜ୍ୟରେ ଥିବା ସରକାର ଏକ ଦୃଢ ଏବଂ ଭରଷା ଯୋଗ୍ୟ ସରକାର। ରାଜ୍ୟର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ଏହି ସରକାର କାର୍ଯ୍ୟକରିଆସୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିନିକିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଫୁଲବାଣୀ, ଦାରିଙ୍ଗିବାଡି, ବାଲିଗୁଡା ଅଞ୍ଚଳରେ ଅନେକ ଗୁଡିଏ ଜନମଙ୍ଗଳ ପ୍ରକଳ୍ପ ଗୁଡିକର ଉଦଘାଟନ ଓ ନୂତନ ପ୍ରକଳ୍ପ ଗୁଡିକର ଶୁଭଦାନ କରିଥିଲେ।