ଭୁବନେଶ୍ବର- ବ୍ୟାଙ୍କକ୍ ମଧ୍ୟରେ ଏୟାର ଇଣ୍ଡିଆର ବିମାନ ଚଳାଚଳ ବନ୍ଦ ହେବା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିବା ସହ ଏହି ସେବା ପୁର୍ନବାର ଆରମ୍ଭ କରିବା ପାଇଁ ଦାବୀ ଜଣାଇଛନ୍ତି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁଙ୍କୁ ପତ୍ର ଲେଖି କହିଛନ୍ତି ଭୁବନେଶ୍ବର ବିମାନ ବନ୍ଦରରୁ ଦକ୍ଷିଣ ପୂର୍ବ ଏସୀୟ ଦେଶ ଗୁଡିକର ଗୁରୁତ୍ବ ରହିଥିବାରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରାଯାଇଥିଲା। କେନ୍ଦ୍ର ତୁରନ୍ତ ହସ୍ତକ୍ଷେପ କରି ପୁର୍ନବାର ବିମାନ ସେବା ପ୍ରଚଳନ କରୁ।