ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୋନପୁର ଏବଂ ବୌଦ ଜିଲ୍ଲା ଗସ୍ତରେ ଯାଇ ନୂତନ ଭାବେ ନିର୍ମତ ହୋଇଥିବା ଅନେକ ଗୁଡିଏ ପ୍ରକଳ୍ପର ଶୁଭ ଉଦ୍ ଘାଟନ କରିଥିବା ବେଳେ ଅନେକ ଜନ କଲ୍ୟାଣକାରୀ ପ୍ରକଳ୍ପ ଗୁଡିକର ଶୁଭଦାନ କରିଥିଲେ। ଡଙ୍ଗୁରିପାଲ୍ଲିର ପଣ୍ଡକିଟାଲରେ ଆୟୋଜିତ ସାଧାରଣ ସଭାରେ ଉଦ୍ ବୋଧନଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ରାଜ୍ୟ ସରକାର କୃଷିର ବିକାଶ ପାଇଁ ବଦ୍ଧ ପରିକର। ସେଥିପାଇଁ ଜଳସେଚନକୁ ବ୍ୟାପକ କରିବା ପାଇଁ ସରକାର ଗୁରୁତ୍ବ ପ୍ରଦାନ କରୁଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ମହାନଦୀ ଆମର ଜୀବନ ରେଖା । ମହାନଦୀ ପାଇଁ ଛତିଶଗଡ ସହିତ ଆମର ସଂଗ୍ରାମ ଚାଲୁରହିବ। ଚାଷୀ ମାନଙ୍କୁ ସ୍ବତନ୍ତ୍ର ମରୁଡି ସହାୟତା ବାବଦରେ ପ୍ରତି କ୍ୟୁଣ୍ଟାଲରେ ଧାନ ପାଇଁ ୧୦୦ ଟଙ୍କା ପ୍ରଦାନ କରାଯିବ ଏବଂ ୧ ପ୍ରତିଶତ ସୁଧରେ କୃଷିଋଣ ଚାଷୀ ମାନଙ୍କୁ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।