ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜଧାନୀରେ ଦଳରଏକ ଜନସମ୍ପର୍କ ଯାତ୍ରାରେ ଯୋଗ ଦେଇ ଓଡ଼ିଶାର ଦାବୀକୁ ଦୋହରାଇଛନ୍ତି। ସେ କହିଛନ୍ତି ୨୦୧୪ ନିର୍ବାଚନରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରିବା ବିଜେପିର ନିବାର୍ଚନ ଇସ୍ତାହାରରେ ପ୍ରଥମ ଏଜେଣ୍ଡା ଥିଲା ମାତ୍ର ପାର୍ଟି କ୍ଷମତାକୁ ଆସିବାପରେ ଏହି ନିର୍ବାଚନ ଇସ୍ତାହାରକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛି।