ରାଜ୍ୟ ସରକାର ସପ୍ତମ ବେତନ କମିଶନଙ୍କ ସୁପାରିଶକୁ କୀର୍ଯ୍ୟକାରୀ କରିବାପାଇଁ ଏକ ଛଅ ଜଣିଆ ଫିଟମେଣ୍ଟ କମିଟି ଗଠନ କରିଛନ୍ତି। କମିଟିର ମୁଖ୍ୟଭାବେ ଉନ୍ନୟନ କମିଶନର ଆର ବାଳକ୍ରିର୍ଷ୍ଣନଙ୍କୁ ନିଯୁକ୍ତି ଦିଆଯାଇଛି। ଏହି କମିଟି ଆସନ୍ତା ଚାରି ମାସ ମଧ୍ୟରେ ତାଙ୍କ ରିପୋର୍ଟ ପ୍ରଦାନ କରିବେ ବୋଲି ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ଏହି କମିଟିରେ ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ଅସିତ ତ୍ରିପାଠୀ, ଅର୍ଥବିଭାଗର ପ୍ରମୁଖ ଶାସନ ସଚିବ ତୁହିନ କାନ୍ତ ପାଣ୍ଡେ,ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ୍ କୁମାର ମହାପାତ୍ର, ଅର୍ଥବିଭାଗର ସ୍ବତନ୍ତ୍ର ସଚିବ ଏ କେ ମିନା ଓ ଅଶ୍ବିନୀ ମିଶ୍ର ଏହି ସଦସ୍ୟ ରହିଛନ୍ତି।