ଭୁବନେଶ୍ବରରୁ ସିଧାସଳଖ କ୍ବାଲାଲାମ୍ପୁରକୁ ଆନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ଓଡିଶା ସରକାର ଓ ଏୟାର ଏସିଆ ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷରୀତ ହୋଇଛି। ଆନ୍ତର୍ଜାତୀୟ ବିମାନ ଚଳାଚଳ କ୍ଷେତ୍ରରେ ରାଜ୍ୟପାଇଁ ଏହା ପ୍ରଥମ ଚୁକ୍ତି ଅଟେ। ଏୟାର ଏସିଆର ବିମାନ ନିକଟରେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ କ୍ବାଲାଲାମ୍ପୁରକୁ ଉଡାଣ କରିବ ବୋଲି ସୂଚନା ଦିଆଯାଇଛି।