ମୁଖ୍ୟମନ୍ତ୍ରୀ ତଥା ସଭାପତି ଶ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲାର ବିଜେପୁରରେ ଏକ ନିର୍ବାଚନ ସଭାରେ ଉଦବୋଧନ ଦେଇ କହିଛନ୍ତି “ବିଜେପୁରବାସୀ ମୋ ପରିବାର, ଏହି ନିର୍ବାଚନମଣ୍ଡଳୀର ବିକାଶ କରିବା ମୋର ଦାୟିତ୍ବ” । ସଭାପତି କହିଛନ୍ତି “ ଗତ ଉପନିର୍ବାଚନ ସମୟରେ ବିଜେପୁର ଆସିଥିଲି। ସେତେବେଳେ ଆପଣ ମାନଙ୍କ ସ୍ନେହ ଓ ଆଦର ମତେ ବହୁତ ଭଲ ଲାଗିଥିଲା। ଏହି ଅଞ୍ଚଳର ଲୋକ ମାନଙ୍କ ଅନୁରୋଧ ରକ୍ଷାକରି ମୁଁ ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ପତିଦ୍ବନ୍ଦିତା କରିବା ପାଇଁ ନିଷ୍ପତ୍ତି ନେଇଛି।