ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏନ୍ ଡି ଏର ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀ ରାମ ନାଥ କୋବିନ୍ଦ ଙ୍କୁ ସମର୍ଥନ କରିବା ନିଷ୍ପତ୍ତି ଘୋଷଣା କରିବା ପରେ ପରେ ବିଜେଡିର ନୂତନ ରାଜନୈତିକ ସମିକରଣ ନେଇ ସାଧାରଣରେ ଚର୍ଚ୍ଚା ଯୋର ଧରିଥିଲା। ମାତ୍ର ସାଂସଦ ମାନଙ୍କୁ ରାଜ୍ୟ ସ୍ବାର୍ଥ ବିରୋଧି ପ୍ରସଙ୍ଗ ଗୁଡିକରେ ବିଜେପି ନେତୃତ୍ବରେ ଚାଲିଥିବା କେନ୍ଦ୍ର ସରକାରଙ୍କ ବିରୋଧରେ ସଂସଦରେ ସ୍ବର ଉତ୍ତୋଳନ କରିବାକୁ ମୁଖ୍ୟମନ୍ତ୍ରୀ ସାଂସଦ ମାନଙ୍କୁ ପରାମର୍ଶ ଦେବାପରେ ରାଜନୈତିକ ସମୀକରଣ ନେଇ ଛାଲିଥିବା ଚର୍ଚ୍ଚାରେ ପାଣିପଡିଯାଇଛି।