ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡାସ୍ଥିତ ପଞ୍ଚପଡା ହାଇସ୍କୁଲ ପଡିଆ ଠାରେ ରାଉରକେଲା- ସମ୍ବଲପୁର ବିଜୁ ଏକ୍ସପ୍ରେସ ୱେକୁ ଏକ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟବାସୀଙ୍କ ଉଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହି ୧୬୩ କିମି ଦୈଘ୍ୟ ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ୧୨୦୦କୋଟି ଟଙ୍କା ବ୍ୟୟକରିଛନ୍ତି।