ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାତ୍ୟା ବିପନ୍ନଙ୍କ ପାଇଁ ସହାୟତା ପ୍ରଦାନ କରିବାକୁ (www.rebuild.odisha.gov.in) ନାମକ ଏକ ୱେବ ସାଇଟର ଶୁଭାରମ୍ଭ କରିଛନ୍ତି। ବାତ୍ୟା ଫନୀ ଦ୍ବାରା କ୍ଷତିଗ୍ରସ୍ତ ଅଞ୍ଚଳର, ଅନୁଷ୍ଠାନ ଗୁଡିକର ପୁର୍ନରୁଦ୍ଧାର, ପୂର୍ବ ସ୍ଥିତିକୁ ଫେରାଇ ଆଣିବା ପାଇଁ ଲକ୍ଷ ନେଇ ଯେକୌଣସି ବ୍ୟକ୍ତି ବା ଅନୁଷ୍ଠାନ ଏହି ୱେବ ସାଇଟ୍ ମାଧ୍ୟମରେ ସହାୟତା ପ୍ରଦାନ କରିପାରିବେ। ବାତ୍ୟା ବିପନ୍ନ ଅଞ୍ଚଳର ସ୍କଲ ଗୃହ ନିର୍ମାଣ, ବିପନ୍ନଙ୍କ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ ଆଦି ବିଭିନ୍ନ କ୍ଷେତ୍ର ପାଇଁ ସିଧା ସଳଖ ସହାୟତା ପ୍ରଦାନ କରିବାର ଏଥିରେ ବ୍ୟବସ୍ଥ ରହିଛି।