Published : ଓଡ଼ିଶା ସନ୍ ଟାଇମ୍ସ
/03-Aug-2018
“ଓଡିଶା ମେଡିକାଲ ହେଲଥ୍ ସର୍ଭିସେସ୍” କ୍ୟାଡର ଅଧିନରେ କାର୍ଯ୍ୟ କରୁଥିବା ଡାକ୍ତର ମାନଙ୍କ ପ୍ରୋତ୍ସାହନ ଭତ୍ତା ବୃଦ୍ଧିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ମଞ୍ଜୁରୀ ଅନୁଯାଇ ମେଡିକାଲ କାଉନସିଲ୍ ଅଫ ଇଣ୍ଡିଆର ସ୍ବୀକୃତିପ୍ରାପ୍ତ ମେଡିକାଲ କଲେଜରୁ ସୁପର ସ୍ପେଶାଲାଇଜେସନ କରିଥିବା ଡାକ୍ତର ମାନେ ମାସିକ ୩୦,୦୦୦ ଟଙ୍କା, ସ୍ନାତକୋତ୍ତର କରିଥିବା ଡାକ୍ତର ମାନେ ମାସିକ ୨୦,୦୦୦ ଟଙ୍କା, ପୋଷ୍ଟ ଗ୍ରାଜୁଏସନ ଡିପ୍ଲୋମା କରିଥିବା ଡାକ୍ତର ମାନେ ମାସିକ ୧୦ ହଜାର ଟଙ୍କା ପ୍ରୋତ୍ସାହନ ଭତ୍ତା ପାଇବେ।