ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତିରାଜ ଅନୁଷ୍ଠାନର ନିର୍ବାଚିତ ଦଳୀୟ ପ୍ରତିନିଧି ମାନଙ୍କ ସହ ନିଜ ନିଜ ଅଞ୍ଚଳର ବିକାଶ ସମ୍ପର୍କରେ ରାଜ୍ୟ କାର୍ଯ୍ୟାଳୟଠାରେ ଆଲୋଚନା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ପୃଥକ ପୃଥକ ଭାବେ ଯାଜପୁର ଏବଂ କୋରାପୁଟ ଜିଲ୍ଳାର ତ୍ରିସ୍ତରୀୟ ଅନୁଷ୍ଠାନର ନିର୍ବାଚିତ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଥିଲେ। ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦଳର ତୃଣମୂଳ ସ୍ତରର ପ୍ରତିନିଧି ମାନଙ୍କସହ ଆଲୋଚନା କରିଥିବାରୁ ପ୍ରତିନିଧି ମାନଙ୍କ ମାନଙ୍କ ମଧ୍ୟରେ ବେଶ୍ ଆନନ୍ଦ ପ୍ରକାଶ ପାଇଥିଲା।