ପୂର୍ବତନ ମଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକ ଏବଂ ଓଡିଶା ପ୍ରଦେଶ ଗଠନର ୮୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ମାନବ ଶୃଙ୍ଖଳକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଫରେଷ୍ଟପାର୍କ ଅଞ୍ଚଳରେ ଥିବା ବିଜୁ ପଟ୍ଟନାୟକପାର୍କଠାରେ ଉଦଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅଭୂତପୂର୍ବ ମାନବ ଶୃଙ୍ଖଳରେ ଯୁବବର୍ଗ ଓ ମହିଳାମାନେ ଅଧିକ ସଖ୍ୟାରେ ଭାଗନେଇଥିବାରୁ ସେମାନଙ୍କୁ ସ୍ବତନ୍ତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ମାନବ ଶୃଙ୍ଖଳ ଧଉଳିଠାରୁ ୩୫ କିଲୋମିଟର ଦୌର୍ଘ୍ୟ ନନ୍ଦନକାନନ ପର୍ଯ୍ୟନ୍ତ ବ୍ୟାପିଥିଲା। ଏଥିରେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ଭାଗନେଇଥିଲେ।