Published :
ଓଟିଭି
/
26-Dec-2017
ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀ ମାନଙ୍କୁ ସ୍ପଷ୍ଟଭାବେ ସୂଚାଇ ଦେଇଛନ୍ତି ଯେ ବିନମ୍ରତାର ସହିତ ରାଜ୍ୟବାସୀଙ୍କ ସେବାକର। ବିଜୁ ଜନତା ଦଳର ବିଂଶତମ ପ୍ରତିଷ୍ଠା ଦିବସରେ ଦଳର ସଭାପତି ଶ୍ରୀ ପଟ୍ଟନାୟକ ଦଳୀୟ ପଦାଧିକାରୀ ଓ କର୍ମୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ତାଙ୍କର ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗୀୟ ବିଜୁ ପଟ୍ଟନାୟକ ଗରିବର ବନ୍ଧୁ ଥିଲେ ଏବଂ ରାଜ୍ୟର ବିକାଶ ପାଇଁ କାର୍ଯ୍ୟକରିଥିଲେ।