ବିମୁଦ୍ରାୟନ ଯୋଜନା କାର୍ଯ୍ୟକାରୀ ହେବାର ୧୦ ଦିନ ଅତିବାହୀତ ହୋଇଯାଇଥିଲେ ମଧ୍ୟ ଅଚଳ ନୋଟ ବଦଳ ସଙ୍କଟ ଦୂର ହୋଇପାରୁନାହିଁ। ତେଣୁ ଅନୁସୂଚିତ ଅଞ୍ଚଳରେ ୫୦ ହଜାରରୁ ଉର୍ଦ୍ଧ ଅର୍ଥ ବ୍ୟାଙ୍କରେ ଜମା କ୍ଷେତ୍ରରେ ପ୍ୟାନ କାର୍ଡ ନମ୍ବର ଦେବା ବ୍ୟବସ୍ତା ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପତ୍ର ଲେଖି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି।