ସହରାଞ୍ଚଳାକୁ କାମ କରିବାକୁ ଆସୁଥିବା ନିର୍ମାଣ ଶ୍ରମିକ ଭଡା ଘରଟିଏ ପାଇବା କଷ୍ଟକର ହୋଇ ପଡୁଛି । ତେଣୁ ସେହି ସମ୍ୟାର ସମାଧାନ ପାଇଁ ରାଜ୍ୟର ୧୦ଟି ସହରରେ ନିର୍ମାଣ ଶ୍ରମିକ ଭଡା ଗୃହ କମ୍ପେଲକ୍ସ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ୪୦ କୋଟି ଟଙ୍କା ମଞ୍ଜୁର କରି ଓଡିଶା ଅର୍ବାନ ହାଉସିଂ ମିଶନକୁ ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ମଞ୍ଜୁର କରିଥିବା ଅର୍ଥରେ ନିର୍ମାଣ ଶ୍ରମିକଙ୍କ ଭଡା ଘର ପାଇଁ ରାଉରକେଲା, ଅନୁଗୋଳ, ପାରାଦ୍ବୀପ, ଢେଙ୍କାନାଳ, କଟକ, ଭୁବନେଶ୍ବର , ସମ୍ବଲପୁର, ବ୍ୟାସନଗର, ବ୍ରହ୍ମପୁର, ଏବଂ ଝାରସୁଗୁଡା ଠାରେ ନିର୍ମାଣ କରାଯିବ।