ସ୍ବେଚ୍ଛାକୃତ ଅବସର ନେଇ ବିଜେଡିରେ ମିଶିଲେ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇ

ସ୍ବେଚ୍ଛାକୃତ ଅବସର ନେଇ ବିଜେଡିରେ ମିଶିଲେ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇ

 Published : Newsroom Odisha

/  

18-Nov-2022  

ବିଜେଡିରେ ଯୋଗଦେଲେ ମହେନ୍ଦ୍ର ବଢେଇ । ନିଜର ଶତାଧିକ ସମର୍ଥକଙ୍କ ସହ ନବୀନ ନିବାସରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ଏହି ଅବସରରେ ପାର୍ଟିର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

ପ୍ରକାଶ ଥାଉକି ନୂଆପଡ଼ା ଜିଲ୍ଲାର ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ ମହେନ୍ଦ୍ର ବଢେଇ। ହେଲେ ସେ କିଛି ଦିନ ତଳେ ସ୍ୱେଚ୍ଛାକୃତ ଭାବେ ଚାକିରିରୁ ଅବସର ନେଇଥିଲେ। ଏହାପରେ ଗୁରୁବାର ଦିନ ବିଜେଡିରେ ଯୋଗ ଦେଇଛନ୍ତି। ମହେନ୍ଦ୍ର ବଢାଇଙ୍କ ନିଜ ଘର ପଦ୍ମପୁରରେ। ତେଣୁ ଉପନିର୍ବାଚନ ଆଗକୁ ଥିବା ବେଳେ ଆଜି ବିଜେଡିର ମିଶ୍ରଣ ଦଳ ପାଇଁ ବେଶ ସହାୟକ ହେବ ବୋଲି କୁହାଯାଉଛି ।

Other News