କେବଳ ଗଞ୍ଜାମ ଜିଲ୍ଲା ନୁହେଁ ସମଗ୍ର ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ମା’ ତାରାତାରିଣୀଙ୍କ ମନ୍ଦିର। କୁହାଯାଏ ମହାଦେବଙ୍କ ମୋହାଚ୍ଛନ୍ନ ଅବସ୍ଥାକୁ ଭଗ୍ନ କରିବା ପାଇଁ ଦେବୀ ସତୀଙ୍କ ମର ଶରୀରକୁ ଯେତେବେଳେ ପ୍ରଭୁ ଶ୍ରୀବିଷ୍ଣୁ ସୁଦର୍ଶନ ଚକ୍ରରେ ଖଣ୍ଡିତ କରିଥିଲେ ସେତେବେଳେ ଦେବୀଙ୍କ ବକ୍ଷୋଜ ଅଂଶ ଏହିଠାରେ ପତିତ ହୋଇଥିଲା। ସେଥିପାଇଁ ତ ଏଠି ଦେବୀ ଯୁଗ୍ମରୂପିଣୀ, ପୀଠର ନାମ ହୋଇଛି ତାରାତାରିଣୀ। ତେବେ ବର୍ତ୍ତମାନ ଯେଉଁ ଭବ୍ୟ, ସୁନ୍ଦର ଓ ଆକର୍ଷଣୀୟ ମନ୍ଦିର ଆମେ ଦେଖିବାକୁ ପାଉଛୁ, ତାହା ମାସେ କି ବର୍ଷକର କଥା ନୁହେଁ। ଏହା ପଛରେ ରହିଛି ଦୀର୍ଘ ଦୁଇ ଦଶନ୍ଧିର ଅବିରତ ପ୍ରୟାସ ଓ ନିଷ୍ଠାପର ଉଦ୍ୟମ। ସର୍ବୋପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରନ୍ତର ମାର୍ଗଦର୍ଶନ ଓ ଏତେ ଲମ୍ବା ସମୟ ଧରି ଗଞ୍ଜାମ ଜିଲ୍ଲା ପ୍ରଶାସନର ଲଗାତର ଅକ୍ଲାନ୍ତ ପରିଶ୍ରମ ଫଳରେ ଆଜି ଏହି ନୂତନ ମନ୍ଦିର ପ୍ରତିଷ୍ଠା ସମ୍ଭବ ହୋଇପାରିଛି।
Read more - http://www.newsroomodisha.com/odia-taratarini-31408/