ନିର୍ବାଚନ ଆସିଲେ କେନ୍ଦ୍ରୀୟ ନେତା ମାନେ ବାରମ୍ବାର ଓଡ଼ିଶାକୁ ଆସନ୍ତି ତେଣୁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଋତୁକାଳୀନ ପକ୍ଷୀବୋଲି ଅଭିହୀତ କରିଛନ୍ତି। ଓଡ଼ିଶା, ଫାଇଲିନ, ହୁଡହୁଡ, ତିତିଲି ଏପରିକି ମରୁଡି ଦ୍ବାରା କ୍ଷତିଗ୍ରସ୍ତ ହୋଥିବା ବେଳେ କେନ୍ଦ୍ରୀୟ ନେତାମାନେ ସେତେବେଳେ କୁଆଡେ ଯାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ବର୍ତ୍ତମାନ ନିର୍ବାଚନ ସମୟ ହୋଇଥିବାରୁ ଭୋଟ ପାଇଁ ନେତାମାନେ ବାରମ୍ବାର ଓଡ଼ିଶା ଆସୁଛନ୍ତି ବୋଲି ସେ କହିଛନ୍ତି।