ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ରାଜଧାନୀର ସପ୍ତମ ବାଟାଲିଅନ ପଡିଆରେ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାସିଙ୍ଗଆଉଟ୍ ପ୍ୟାରେଡରେ ଅଭିବାଦନ ଗ୍ରହଣକରି କହିଥିଲେ ଶିଳ୍ପସଂସ୍ଥା ମାନଙ୍କରେ ଶାନ୍ତିପୂର୍ଣ୍ଣ ବାତାବରଣ ବଜାଏ ରଖିବା କ୍ଷେତ୍ରରେ ଏହି ବାହିନୀର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଓଡିଶାର ନିଜସ୍ବ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ଗଠନ କରିବା ପାଇଁ ଚୟନ କରାଯାଇଥିବା ପ୍ରଥମ ବ୍ୟାଚର କ୍ୟାଡେଡ୍ ମାନେ ୧୦ ମାସ ତାଲିମ ପାଇବା ପରେ ଏବେ ସରକାରୀ ଉଦ୍ୟୋଗ ଗୁଡିକରେ ମୁତୟନ ପାଇଁ ସଂମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ପ୍ରଥମ ଥରପାଇଁ ରାଜ୍ୟ ସଶସ୍ତ୍ର ପୁଲିସ ବାହୀନରେ ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।