ପୁରୀରେ ଥିବା ବିଜୁ ପଟ୍ଟନାୟକ ଇସ୍ପାତ ପ୍ରତିଷ୍ଠାନକୁ ଆଇଆଇଟି ଭଳି ଏକ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ବିରେନ୍ଦ୍ର ସିଂହଙ୍କୁ ପ୍ରସ୍ତାବ ଦେଇଛନ୍ତି । ସଚିବାଳୟଠାରେ ଇସ୍ପାତ ମନ୍ତ୍ରୀ ଶ୍ରୀ ସିଂହଙ୍କ ସହିତ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ପ୍ରସ୍ତାବ ଦେଇଥିଲେ ।