ରାଜ୍ୟର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ ପାଇଁ ଭାରତୀୟ ଷ୍ଟେଟବ୍ୟାଙ୍କ ଓ ଓଡିଶା ଜୀବିକା ମିଶନ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରୀତ ହୋଇଛି। ଭାରତୀୟ ଷ୍ଟେଟବ୍ୟାଙ୍କ, ଭୁବନେଶ୍ବର ସର୍କଲର ମୁଖ୍ୟ ସାଧାରଣ ପରିଚାଳକ(ସିଜିଏମ୍) ବି ଭି ଜି ରେଡ୍ଡି ବୁଝାମଣା ସ୍ବାକ୍ଷର ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ପଞ୍ଚାୟତିରାଜ ବିଭାଗର ସଚିବ ଡି କେ ସିଂ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।